
Download Application form ( Odiya version )

ଆମ ଦେଶରେ ଅଧିକାଂଶ ଲୋକ ଦାଦନ ଖଟି ନିଜର ଜୀବନ ଯାପନ କରୁଛନ୍ତି। ଏହି ଦାଦନ ଖଟିବାରେ ପରିବାର ର ବହୁତ୍ କ୍ଷତି ହେଉଛି। ସାଧାରଣ ଗ୍ରାମୀଣ ଅଞ୍ଚଳରେ ଏହା ବହୁତ୍ ପରିମାଣ ରେ ଦେଖାଯାଏ। ତିନି ମାସ ଚାଷ ରେ ସମୟ ଦେଲାପରେ ୬ ମାସ ଦାଦନ ଖଟିକି ନିଜର ଗୁଜୁରାଣ କରନ୍ତି। ଓ ୩ ମାସ ବସିକି କିମ୍ବା ତାସ ଖେଳ ରେ ସମୟ ଅତିବାହିତ କରାନ୍ତି। ଏମାନଙ୍କୁ ତାଙ୍କର କୌଶଳ ମୁତାବକ କେତେକ୍ ସଂସ୍ଥା ଆଗକୁ ଆସି କିଛି ଆର୍ଥିକ ସାହାଯ୍ୟ କିମ୍ବା ଦାୟିତ୍ଵ ଗୋଷ୍ଠୀ ଗଠନ କରି ସୁକ୍ଷ୍ମ ଋଣ ର ଯୋଜନା ମାଧ୍ୟମରେ ଆଜିବିକାର ରାସ୍ତା ଦେଖାନ୍ତି। ଏହି ଆଜିବିକା ର ସଫଳତା ର ପାହାଚ ହୋଇ LOYAL ସମସ୍ତ ଙ୍କୁ ସମ୍ମାନ ସହିତ ବଞ୍ଚିବା ର ସଫଳତା ଶିଖରରେ ପହଞ୍ଚାଇ ବାରେ ଅଗ୍ରସର ରହିଛି।
ବାନରାଜ୍ ଆଯିବିକା ଯୋଜନା :-
LOYAL ର ବିଭିନ୍ନ ଆଜିବିକା ଯୋଜନା ମଧ୍ୟରେ ଵନରାଜ କୁକୁଡ଼ା ପାଳନ ଗୋଟିଏ । ଏହି ଯୋଜନା ଟି ଗ୍ରାମୀଣ ଅଞ୍ଚଳର ମହିଳା ମାନଙ୍କ ପାଇଁ ଏକ ଉପଯୁକ୍ତ ଯୋଜନା ଅଟେ । ଏହି ଯୋଜନା ମାଧ୍ୟମରେ ଗ୍ରାମୀଣ ମହିଳା ର ମାସିକ ଆୟ ୫୦୦୦ ରୁ ୧୦୦୦୦ ପ୍ରୟନ୍ତ ଆୟ ଦେବାର ଲୋୟାଲ୍ ର ଲକ୍ଷ। ଏହି ଯୋଜନାର ସମସ୍ଥ ବିବରଣୀ ନିମ୍ନ ରେ ଦର୍ଶାଯାଇଛି।
ବନରାଜ୍ କୁକୁଡ଼ା :-
ବନରାଜା କୁକୁଡ଼ା ଆମ ଦେଶୀ କୁକୁଡ଼ା ସହିତ ସମାନ। ଏହି କୁକୁଡ଼ାର ବହୁତ୍ ପ୍ରଜାତି ଅଛନ୍ତି, କିନ୍ତୁ ବନାରାଜା କୁକୁଡ଼ା ଗ୍ରାମୀଣ ପରିବେଶ ରେ ଭଲ ଭାବରେ ବଞ୍ଚି ପାରନ୍ତି। ଏହି କୁକୁଡ଼ା ଆମ ଦେଶର ଦକ୍ଷିଣ ଭାରତରେ ଅଧିକାଂଶ ଚାଷ କରାଯାଏ, ଏଣୁ ଏହାକୁ ଦକ୍ଷିଣ କୁକୁଡ଼ା ନାମରେ ( ଅାନ୍ଦ୍ରା କୁକୁଡ଼ା ) ପରିଚିତ। ଏହାର ପ୍ରଜାତି ଗୁଡ଼ିକ ହେଲା, ଗିରିରଜା, ଗିରୀରାନି, ସଲୋନି, କଳିଙ୍ଗ,ରୁଷ୍ଟର ଇତ୍ୟାଦି।
ରଙ୍ଗ: - ବାନରାଜ କୁକୁଡ଼ା ଆମ ଦେଶୀ କୁକୁଡ଼ା ପରି ଦେଖାଯାନ୍ତି।
ଖାଦ୍ୟ :- ମଣିଷ ଖାଉଥିବା ସମସ୍ତ ଖାଦ୍ୟ ହେଉଛି ବନରଜ। କୁକୁଡ଼ା ର ଖାଦ୍ୟ। ଭଙ୍ଗା ଚାଉଳ, ପନିପରିବା ଓ ଘାସ ଇତ୍ୟାଦି ଖାଇଥାଏ।
ଅଣ୍ଡା - ଏହି କୁକୁଡ଼ା ଯାହା ମାଦା ସେମାନେ ଅଣ୍ଡା ଦିଅନ୍ତି। କିନ୍ତୁ ଅଣ୍ଡା ଫୁଟାନ୍ତି ନାହିଁ। ଏହି କୁକୁଡ଼ା ୧୫୦ ରୁ ୨୫୦ ଟି ଅଣ୍ଡା ଦିଅନ୍ତି। ଏମାନଙ୍କ ଅଣ୍ଡା ଟିକିଏ ବଡ଼ ଅଣ୍ଡା ଏବଂ ଘିଅ ରଙ୍ଗର।
ପରିପକ୍ୱତା:- ଏହି କୁକୁଡ଼ାର ପରିପକ ସମୟ ୬ ମାସ ଅଟେ। ଏହାର ଓଜନ ୩ ମାସରେ ୩ କିଲୋଗ୍ରାମ ହୋଇଥାଏ।
ରୋଗ - ବନରାଜା କୁକୁଡ଼ାର ରୋଗ ପ୍ରତିରୋଧକ ଶକ୍ତି ଅଧିକ।
ବଜାର ଦର :- ବନରଜା କୁକୁଡ଼ା ଅତ୍ୟନ୍ତ ସ୍ଵାଦିଷ୍ଟ। ବଜାରରେ ଏହାର ଦର କିଲୋଗ୍ରାମ ପ୍ରତି ୨୦୦ ଟଙ୍କା ରୁ ୩୫୦ ଟଙ୍କା ରେ ବିକ୍ରୟ ହୋଇଥାଏ।
ବନରାଜ କୁକୁଡ଼ା କାହିଁକି?
କୁକୁଡ଼ା ଚାଷ ତିନି ପ୍ରକାର କରାଯାଏ।
୧- ମାଂସ କୁକୁଡା ଚାଷ :- ଏହି କୁକୁଡ଼ା ମଧ୍ଯ ବ୍ୟବସାୟିକ କୁକୁଡ଼ା ଚାଷ।ଏହା ପାଇଁଁ ଅଧିକ ସ୍ଥାନ ଦରକାର ହୋଇଥାଏ। ଏହା ସହିତ ସବୁ ସମୟରେ ଏହାର ଯତ୍ନ ନେବାର ଜରୁରୀ। ଏଣୁ ଏହି କୁକୁଡ଼ା ଗ୍ରାମୀଣ ମହିଳା ମାନଙ୍କ ପାଇଁ ଉପଯୁକ୍ତ ନୁହେଁ।
୨ - ଅଣ୍ଡା କୁକୁଡା ଚାଷ - ଅଣ୍ଡା କୁକୁଡା ଚାଷ ଖର୍ଚ୍ଚ ବହୁଳ ଚାଷ ଅଟେ।ଏହାର ଖର୍ଚ୍ଚ ଯେମିତି ଲାଭ ମଧ୍ୟ ସେମିତି। ଏହି ଚାଷ ମଧ୍ୟ ଗ୍ରାମୀଣ ମହିଳାଙ୍କ ପାଇଁ ଉପଯୁକ୍ତ ନୁହେଁ।
୩ - ଅଣ୍ଡା ଓ ମାଂସ କୁକୁଡ଼ା ଚାଷ :- ଏହି କୁକୁଡ଼ା ଚାଷ ପାଇଁ ବେଶୀ ପରିମାଣ ର ଅର୍ଥ ଓ ସ୍ଥାନ ଦରକାର ହୁଏ ନାହିଁ। ଏହି କୁକୁଡ଼ା ଚାଷରେ ଅଧିକ ପରିଶ୍ରମ ମଧ୍ୟ ନାହିଁ । ଗ୍ରାମୀଣ ଅଞ୍ଚଳରେ ଏହି କୁକୁଡ଼ା ପାଳନ କରିବା ଦେଖାଯାଏ। କିନ୍ତୁ ଗ୍ରାମୀଣ ଅଞ୍ଚଳରେ ଯେଉଁ ସବୁ କୁକୁଡ଼ା ପାଳନ କରନ୍ତି, ୯ ମାସରେ ୧ କିଲୋଗ୍ରାମ ହୋଇଥାଏ। ଅଧିକ ଲାଭ ଓ ପରିବେଶ ର ଉପଯୁକ୍ତ କୁକୁଡ଼ା ଚାଷ ବନରାଯା କୁକୁଡ଼ା ଅଟେ। ଏଣୁ LOYAL ତରଫରୁ ଵନରାଯା କୁକୁଡ଼ା ଚାଷ ର ସାହାଯ୍ୟ ଦିଆ ଯାଇଥାଏ।
ଆଜିବିକା ବନରାଜା ଯୋଜନା ବିଷୟରେ :-
ଏହି ଯୋଜନା ମହିଳା ମାନଂକ ଆର୍ଥିକ ପରିସ୍ଥିତି କୁ ସୁଧାରିବା ପାଇଁ ଆଯିବିକ ବନରାଜ୍ ଯୋଜନା । ୨୦୧୬ ନଭେମ୍ବର ୧୦ ତାରିଖ ଦିନ ଲୋୟାଲ୍ ଦ୍ଵାରା ଆରମ୍ଭ ହୋଇଥିଲା । ଏହି ଯୋଜନା କୁ ଭଲ ଭାବରେ ଚଳେଇବା ପାଇଁ LOYAL କିଛି ନିୟମ ରଖିଛି । ଯାହା ନିମ୍ନ ରେ ଉଲ୍ଲେଖ କରା ଯାଇଅଛି ଯାହା ୨୦୧୯ ଅଗଷ୍ଟ ୨୦ ତାରିଖ ଦିନ ଲୋୟଲ ର ବୋର୍ଡ ରେ ପାରିତ ହୋଇଥିଲା।
ନିୟମ :-
୧ - ଏହି ଯୋଜନା କେବଳ ମହିଳା ମାନଙ୍କ ପାଇଁ , ଯେଉଁ ମାନେ APL ଏବଂ BPL ପରିବାର ର ଶ୍ରେଣୀ ରେ ଥିବେ।
୨ - କୁକୁଡ଼ା ପାଳନ ପାଇଁ ତାଙ୍କ ନିଜ ସ୍ଥାନ ଥିବା ଜରୁରୀ। ଯାହା ଗୋଟିଏ କୁକୁଡ଼ା ପାଇଁ ଏକ ବର୍ଗ ଫୁଟ ସ୍ଥାନ ଆବଶ୍ୟକ।
୩ - ଗୋଟିଏ ସଦସ୍ୟା କୁ ଅତ୍ୟଧିକ ୪୦ ଟି କୁକୁଡ଼ା ଛୁଆ ଦିଆ ଯିବ, ଯାହା ଏକ ସୂକ୍ଷ୍ମ ଋଣ ଅଟେ। ଗୋଟିଏ କୁକୁଡ଼ା ଛୁଆ ର ଦର ୩୦ ଟଙ୍କା ରୁ ଅଧିକ। ୪- ଗୋଟିଏ କୁକୁଡ଼ା ଛୁଆ ପାଇଁ ୧kg ଦାନା ଦିଆଯିବ । ଦାନା ର ଦର ୧kg କୁ ୪୦ ଟଙ୍କା ରୁ ଅଧିକ।
୫ - ଦିଆ ଯାଇଥିବା ଋଣ କୁ ସଦସ୍ୟା ସାପ୍ତାହିକ / ପକ୍ଷ୍ୟକ / ମାସିକ / ଏକ କାଳୀନ ଋଣ ଟଙ୍କା କୁ କିସ୍ତି ରେ ଚାରି ମାସରେ ସୁଝିହେବ। ଏହି ଋଣ ରାଶିରେ କୋୖଣସି ସୁଧ ଦେବାକୁ ପଡ଼ିବ ନାହିଁ।
୬ - ସଦସ୍ୟା ପ୍ରତେକ୍ ମାସରେ LOYAL ଠାରୁ SHG କିମ୍ବା ମହିଳା ମାନଙ୍କ ହାତ ତିୟାରି ସାମଗ୍ରୀ , ଯଥା କପଡା ସଫା ପାଉଡର ଓ ଅଗରବତୀ କିଣିବେ । ଏହା ପାଇଁ ପଞ୍ଜିକରଣ ସମୟରେ ଗ୍ରାହକ ପଞ୍ଜିକରଣ ଖାତା କରିବା ଜରୁରୀ । ଯାହା ମାସକୁ ୧୫୦ ଟଙ୍କା ରୁ ଅଧିକ ସାମଗ୍ରୀ କିଣିବା ଜରୁରୀ ଅଟେ।
୭ - ଚାରି ମାସରେ ଥରେ ପୁଣି ସଦସ୍ୟା କୁ କୁକୁଡ଼ା ଦିଆଯିବ।
୮ - କୁକୁଡ଼ା ର ସମସ୍ତ ଟୀକା ସଂସ୍ଥା ତରଫରୁ ମାଗଣା ରେ ଦିଆଯିବ।
୯ - କୁକୁଡ଼ା ର ବୀମା ଯଦି ହିତାଧିକାରୀ କରନ୍ତି । କୁକୁଡ଼ା ର ମୃତ୍ୟୁ ହେଲେ ହିତାଧିକାରୀ ବୀମା ପାଇପାରିବେ। ଗୋଟିଏ କୁକୁଡ଼ା ପାଇଁ ୧୫ ଟଙ୍କା ରୁ ଅଧିକ ଅଟେ।
୧୦ - ଯଦି କୁକୁଡ଼ା ହଜି ଯାଆନ୍ତି ତେବେ ସଂସ୍ଥା ଦାୟୀ ରହିବ ନାହିଁ।
୧୧ - ସଦସ୍ୟା କୁକୁଡ଼ା ର ଋଣ ଶୁଝିବା ପାଇଁ ଅସର୍ମଥ, ତେବେ LOYAL କୁକୁଡ଼ା ଚାଷର ୩୦ ପ୍ରତିଶତ ଲାଭ ନେବାକୁ ବାଧ୍ୟ ହେବ।
LOYAL ଠାରୁ ଅତିରିକ୍ତ ଲାଭ
୧ - ମାସକୁ ମାସ ନିୟମିତ ଗ୍ରାହକ ହେଲେ, ବର୍ଷ ଶେଷରେ ୨୫% କିଣା ମୂଲ୍ୟ ଫେରସ୍ତ।
୨ - ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ମାଗଣା ( ନିଜର ଝିଅ ମାନଙ୍କ ପାଇଁ ମଧ୍ୟ )
୩ - ଦଳ ର ସଦସ୍ୟା ICU ରେ ଭର୍ତି ହେଲେ ଦିନକୁ ୨୫୦ ଟଙ୍କା ୭ ଦିନ ପ୍ରୟନ୍ତ ମିଳିବ।
୪ - ୧୮୦ ଦିନର ନିୟମିତ ଗ୍ରାହକ କୁ ଝିଅ ବାହଘର ପାଇଁ ୧୦୦୦୦୦ ଟଙ୍କା ପ୍ରୟନ୍ତ ବିନାସୁଧରେ ଆର୍ଥିକ ସହାୟତା।
୫ - ଘରୋଇ ଜରୁରୀ ପରିସ୍ଥିତି ସମୟରେ ୫୦୦୦୦ ଟଙ୍କା ପ୍ରୟନ୍ତ ବିନାସୁଧରେ ଆର୍ଥିକ ସହାୟତା।
୬ - ନିଜର ସନ୍ତାନ ମାନଙ୍କ ଶିକ୍ଷ୍ୟା ପାଇଁ ୧୦୦୦୦ ଟଙ୍କା ପ୍ରୟନ୍ତ ବିନାସୁଧରେ ଆର୍ଥିକ ସହାୟତା।
୭ - ଆକିବିକା ପାଇଁ ସମସ୍ତ ପ୍ରକାର ଶିକ୍ଷ୍ୟା ଏବଂ ସହାୟତା।
କିପରି ମିଶିବା?
ଏହି ଯୋଜନା ର ଲାଭ ଉଠାଇବା ପାଇଁ LOYAL ର କିଛି ସର୍ତ୍ତ ରହିଛି। ଯାହା ନିମ୍ନ ରେ ଦର୍ଶାଯାଇଛି।
୧ - ସେ ଏକ ମହିଳା ସହିତ ଭାରତର ନାଗରିକ ହୋଇଥିବା ଆବଶ୍ୟକ।
୨ - ତାଙ୍କ ବୟସ ୫୯ ବର୍ଷ ରୁ ଅଧିକ ହୋଇ ନ ଥିବା ଆବଶ୍ୟକ।
୩ - ସେ APL କିମ୍ବା BPL ପରିବାର ହୋଇଥିବା ଆବଶ୍ୟକ।
୪ - LOYAL ର ଗ୍ରାହକ ସଦସ୍ୟତା ହୋଇଥିବା ଆବଶ୍ୟକ ।
୫ - ଋଣ ର ପ୍ରଥମ କିସ୍ତି ଆଗୁଆ ଦେବା ଜରୁରୀ । ଏହାର ପ୍ରମାଣ
୬ - ନିଜର ପରିଚୟ ପତ୍ର ର ନକଲ
୭ - ଦୁଇଟି ପାସପୋର୍ଟ ସାଇଜ ଫଟୋ
୯ - ୧୦ ଟଙ୍କା ର ଷ୍ଟାମ୍ପ ପେପର ।
ଏହି ସମସ୍ତ ବିବରଣୀ କୁ ନେଇ LOYAL ପଞ୍ଚାୟତ ASR ସହିତ ଯୋଗା ଯୋଗ ହୋଇ ମିଶି ପାରିବେ। କିମ୍ବା ସଂସ୍ଥା ର ୱେବସାଇଟ ମାଧ୍ୟମରେ ( www.loyaltrust.in ) ପଞ୍ଜିକରଣ ହୋଇ ପାରିବେ।
ବି.ଦ୍ର. - LOYAL ଦ୍ୱାରା ଅପ୍ରୋବଲ୍ ହେବା ପରେ ୨୨ ଦନି ପରେ ସଦସ୍ୟା ଙ୍କୁ କୁକୁଡ଼ା ଛୁଆ ଦିଆଯାଇଥାଏ। ପ୍ରତେକ ସଦସ୍ୟା ଙ୍କୁ ତାଙ୍କ କୁକୁଡ଼ା ପାଳନର ଜାଗା ର ପରିମାଣ ରେ ଚାରା ଦିଆଯାଇଥାଏ। ଅତ୍ୟଧିକ ଗୋଟିଏ ସଦସ୍ୟା ଙ୍କୁ ୪୦ ଟି କୁକୁଡ଼ା ଛୁଆ ଦିଆଯାଇ ଥାଏ ।